ଜୀବନ ସାଥି

ଜୀବନ ସାଥି

ମନରେ ପ୍ରଶ୍ନ ଉଠେ, ପ୍ରକୃତ ଜୀବନ ସାଥି କିଏ ?
ବୋଉ…?
ବାପା…..?
ପତ୍ନୀ.,…?
ପୁତ୍ର…….?
ପୁତ୍ରୀ……?
ଭାଇ…….?
ଭଗ୍ନୀ…….?
ବନ୍ଧୁ…….?
ସମ୍ପର୍କୀୟ….?
ଉତ୍ତର : କେହି ନୁହଁନ୍ତି ଉପରୋକ୍ତ ସମ୍ପର୍କ ମଧ୍ୟରୁ!! ତାହାଲେ କିଏ? ଏହା ଏକ ଆତ୍ମିକ ପ୍ରଶ୍ନବାଚୀ? ପଣ୍ଡିତ ଶ୍ରୀ ଶ୍ରୀ ରବିଶଙ୍କର ମହାନୁଭବଙ୍କ ମତରେ, ଆମ ଦେହ ଆମର ପରମ ବନ୍ଧୁ! ଯିଏ ଜନ୍ମରୁ ମୃତ୍ୟୁ ଯାଏ ଆମ ସହିତ ଚାଲିଥାଏ। ପରମ ମିତ୍ର ସଦୃଶ ଆମ ପାଖେ ପାଖେ ଥାଏ। ଯଦି ଥରେ ତୁମ ଶରୀର ଜବାବ ଦେବା ବନ୍ଦ କରିଦିଏ, ଉପରୋକ୍ତ ସମ୍ପର୍କୀୟ କେହି ସାହାଯ୍ୟ କରନ୍ତିନି — ସିଏ ମାତା, ପିତା, ପତ୍ନୀ, ପୁତ୍ର, ପୁତ୍ରୀ, ବନ୍ଧୁ, ଭ୍ରାତା, ଭଗ୍ନୀ, ସମ୍ପର୍କୀୟ ହୋଇଥିଲେ ବି!! ଏଣୁ ଜୀବନସାଥି ରୂପକ ନିଜ ତନୁର ଧ୍ୟାନ ରଖିବା ନିହାତି ଜରୁରୀ। ଉତ୍ତମ ସାତ୍ତ୍ଵିକ ଆହାର, ଯଥେଷ୍ଟ ଆରାମ, ଯୋଗ, ଧ୍ୟାନ, ଭଗବତ ଚିନ୍ତନ, ପ୍ରାଣାୟାମ, ବ୍ୟାୟାମ, ପ୍ରଭୃତି ଠିକ୍ ସମୟରେ କରି ଶରୀରକୁ ସତେଜ ଓ ନିରୋଗୀ ରଖିବା ନିହାତି ଆବଶ୍ୟକ। ଏଣୁ କଥାରେ ଅଛି, “ସ୍ୱାସ୍ଥ୍ୟ ହିଁ ସମ୍ପଦ”। ଶରୀର ସହିତ ଯେମିତି ବ୍ୟବହାର କରିବ, ପରିଣାମ ଠିକ୍ ସେହିପରି ମିଳିବ ତୁମ ସାଥି ଶରୀର ପାଇଁ ଯେତେ ଯତ୍ନବାନ ହେବ, ତୁମର ସାଥି ତୁମ ପ୍ରତି ସେତିକି ଯତ୍ନବାନ ହେବ। ଏଥିରେ ଅଣୁ ମାତ୍ରେ ସନ୍ଦେହର ଅବକାଶ ନାହିଁ। ଶରୀରକୁ ସୁସ୍ଥ ରଖିବାକୁ ତୁମେ କ’ଣ ଆହାର କରୁଛ, ତୁମେ କେତେ ସମୟ ଆରାମ ଦେଉଛ, ସେହିଭଳି ତୁମ ସାଥୀ ଶରୀର ତୁମକୁ ଜବାବ ଦେବ! ମନେ ରଖିବାକୁ ହେବ, ତୁମର ସ୍ଥାୟୀ ଠିକଣା ହିଁ ତୁମ ଶରୀର ଯହିଁରେ ତୁମେ ବାସ କର।ତୁମ ଶରୀର ତୁମର ଜମା ଓ ଦେୟ ଖାତାର ହିସାବ। ତୁମେ ଜଣେ ଚତୁର ଅଭିଲେଖକ ଭାବେ ଏହାର ମୂଲ୍ୟାଙ୍କନର ଗୁରୁ ଦାୟୀତ୍ୱ ନେଇଛ! କାରଣ ଶରୀର ତୁମର ପ୍ରକୃତ ଜୀବନ ସାଥି! “ସୁସ୍ଥ ରହୋ … ମସ୍ତ ରହୋ…!!” (Be fit… Be hit.) ଜୀବନର ମୂଳମନ୍ତ୍ର ସଭିଁଙ୍କ ପାଇଁ ହେଉ! ନିଜ ପ୍ରତି ଯତ୍ନବାନ ହୁଅ। ପଇସା ଆସିବ.. ଯିବ, ସଖା, ସାଥି, ବନ୍ଧୁ, ସମ୍ପର୍କୀୟ କେହି ଚି଼ରସ୍ଥାୟୀ ନୁହଁନ୍ତି। ପରନ୍ତୁ, ଜନ୍ମରୁ ମୃତ୍ୟୁଯାଏ ଏ ଶରୀର ହିଁ ପ୍ରକୃତ ବନ୍ଧୁ, ଏହାର ଖିଆଲ ରଖିବା ମାନେ ନିଜ ପ୍ରତି ଧ୍ୟାନ ରଖିବା। ଶରୀର ପାଇଁ କିଛି ଜରୁରୀ ଉପାଦାନ ସୁସ୍ଥ, ସବଳ, ନିରୋଗ, ରଖିବାରେ ସହାୟକ ହୁଏ। ଜୀବନ ସମୀକ୍ଷାର ଅନ୍ତିମ ପାବଚ୍ଛରେ ପହଞ୍ଚି, ପ୍ରକୃତ ଜୀବନ ସାଥିର ସଂଜ୍ଞା ନିରୂପଣ କରିବାରେ ଯଦି କିଞ୍ଚିତ ସଫଳ ହୋଇଥାଉ, ତାହା ହେଲେ ନିଜକୁ ଗୌରାବାନ୍ୱିତ ମଣିବା!

କିଛି ତଥ୍ୟ, ଏହି ଜୀବନ ସାଥିଟି ପାଇଁ :
୧. ପ୍ରାଣାୟାମ = ଫୁସଫୁସ ପାଇଁ..
୨. ଧ୍ୟାନ = ମନ ପାଇଁ
୩. ବ୍ୟାୟାମ = ଶରୀର ପାଇଁ
୪. ପଦଯାତ୍ରା = ହୃଦୟ ପାଇଁ
୫. ସୁଷମ ଖାଦ୍ୟ = ବୃହତ୍ ତନ୍ତ୍ର ପାଇଁ
୬. ଶୁଭ ଚିନ୍ତନ = ଆତ୍ମା ପାଇଁ
୭. ସୁକର୍ମ = ବିଶ୍ୱ ପାଇଁ
ସପ୍ତରଙ୍ଗରେ ଶୋଭିତ ଏହି ଇନ୍ଦ୍ରଧନୁ ପ୍ରାୟ ଜୀବନକୁ ସରସ ସୁନ୍ଦର ଓ ରଙ୍ଗୀନ କରିବାକୁ ପଡିଥାଏ! ପ୍ରକୃତ ଜୀବନ ସାଥିକୁ ଭଲପାଅ। ନିଜକୁ ନିଜେ ଚିହ୍ନିବାକୁ ଚେଷ୍ଟା କର। ପ୍ରକୃତ ସାଥିର ସେବାରେ ନିଜକୁ ନିୟୋଜିତ କରି ନିଜକୁ ସାହାଯ୍ୟ କରିବାକୁ ଚେଷ୍ଟା କର!!