ସୀତା ରାମ ଚୁକ୍ତି

ସୀତା ରାମ ଚୁକ୍ତି

🔅ଜୟ ସୀୟାରାମ🔅
ସେ ଦୁହିଁଙ୍କ ଯୋଡିକୁ ସମସ୍ତେ କହୁଥିଲେ ରାମସୀତାଙ୍କ ଯୋଡ଼ି।
ସୀତା ଓ ରାମପ୍ରସାଦ ;ଦୁହେଁ ହାଇଦ୍ରାବାଦରେ ଗୋଟିଏ ସଫ୍ଟୱେର କମ୍ପାନୀରେ କାମ କରନ୍ତି।ଚାକିରୀ ପୂର୍ବରୁ ପ୍ରଥମେ ସୋସିଆଲ ମିଡିଆରେ ଦୁହିଁଙ୍କର ପରିଚୟ ଓ ପରେ ଜଣେ କମନ ଫ୍ରେଣ୍ଡଙ୍କ ଜରିଆରେ ଦୁହେଁ ଦୁହିଁଙ୍କୁ ଗୋଟେ ପାର୍ଟିରେ ଭେଟିଥିଲେ।ତାପରେ ଅଫିସରେ ମିଳାମିଶା, ବନ୍ଧୁତା,ନିବିଡତା ଓ ପ୍ରେମ,ଭଲ ପାଇବା।ନିଜ ଜନ୍ମଦିନ ରାମ ନବମୀ ଦିନ ରାମପ୍ରସାଦ, ସୀତାକୁ ପ୍ରପୋଜ କରିଥିଲା।
ରାମ ପ୍ରସାଦ’ର ଜନ୍ମ ରାମ ନବମୀ ରେ ହୋଇଥିବାରୁ, ପୁଅ ନାଁ ରାମ ରଖିଥିଲେ ବୋଲି ତା ମା ଗର୍ବରେ କହୁଥିଲେ।
ସୀତାକୁ ରାସ୍ତାରୁ ପାଇ ନିଜ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରି ଅତି ଆଦର ଯତ୍ନରେ ପାଳିଥିଲେ ବୋଲି ସୀତା’ର ବାପା ମା ଜଣାଇଥିଲେ।
ବିବାହ ପାଇଁ ତାରିଖ ଠିକ କରିବାକୁ ଉଭୟଙ୍କ ପରିବାର ଲୋକ ଏକାଠି ହୋଇ କଥାବାର୍ତ୍ତା କରିବା ପୂର୍ବରୁ ପୁଅ ଝିଅଙ୍କ ଜାତକ ମେଳ କରିବା ପାଇଁ ଉଭୟ ପକ୍ଷ ଅଡି ବସିଲେ।ଗଣନାରେ ରାଜଯୋଟକ ବୋଲି ଜଣା ପଡ଼ିବା ପରେ, ପ୍ରଭୁ ଶ୍ରୀରାମ ଓ ସୀତା ମାତାଙ୍କ ବିବାହ ଲଗ୍ନ ଅର୍ଥାତ୍ ମାର୍ଗଶୀର ମାସ ଶୁକ୍ଲପଞ୍ଚମୀ ଅର୍ଥାତ୍ ବିବାହପଞ୍ଚମୀ ତିଥିରେ ଉଭୟଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।
ଭଦ୍ରାଚଳମ’ର ପ୍ରସିଦ୍ଧ ଶ୍ରୀରାମ ମନ୍ଦିରରେ ଦୁହିଙ୍କ ବିବାହ ସମ୍ପନ୍ନ ହୋଇଥିଲା ଓ ଦୁହେଁ ମାନସିକ କରିଥିଲେ କି ପ୍ରତିବର୍ଷ ରାମନବମୀରେ ମନ୍ଦିରରେ ଅନୁଷ୍ଠିତ ହେଉଥିବା ରାମସୀତାଙ୍କ କଲ୍ୟାଣ ଅର୍ଥାତ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ବିବାହ ଉତ୍ସବରେ ଯୋଗଦେଇ ଆଶୀର୍ବାଦ ଭିକ୍ଷା କରିବେ।
ତେବେ ବିବାହର ଦୁଇବର୍ଷ ନପୁରୁଣୁରୁ ରାମ ପ୍ରସାଦ ଓ ସୀତାଙ୍କ ବିବାହିତ ଜୀବନରେ କାହିଁକି ଫାଟ ସୃଷ୍ଟି ହୋଇଥିଲା ଓ ଦୁହେଁ ହଠାତ ବିବାହ ବିଚ୍ଛେଦ ପାଇଁ ନିଷ୍ପତ୍ତି ନେଇଥିବାରୁ ସମସ୍ତ ସାଙ୍ଗସାଥିମାନେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ।ଅଫିସରେ ସାଙ୍ଗମାନେ ରାମପ୍ରସାଦକୁ ବୁଝାଇଥିଲେ,

-ଆରେ, ସୀତା ବହୁତ ଭଲ ଝିଅ ଓ ତୁମ ଦୁହିଙ୍କ ଯୋଡ଼ି ଏତେ ସୁନ୍ଦର, ଅଥଚ ତୁ କାହିଁକି ତରବର ହୋଇ ଏମିତି ନିଷ୍ପତ୍ତି ନେଉଛୁ? କିଛି ତ ସେମିତି ବଡ ଘଟଣା ହୋବାର ଆମ ନଜରକୁ ଆସିନି।ବିବାହିତ ଜୀବନରେ ଛୋଟମୋଟ ରାଗଋଷା ,ତୁ ତୁ ମେଁ ମେଁ ସବୁ ଘରେ ହୁଏ।ତା ବୋଲି ଦୁହେଁ ଅଲଗା ହୋଇଯିବ ?”
ଧୀର ସ୍ବରରେ ରାମ ପ୍ରସାଦ କହିଥିଲା,

  • ପ୍ଲିଜ,ଏହା ଆମର ପର୍ସନାଲ ମ୍ୟାଟର।ସବୁ ବ୍ୟକ୍ତିଗତ ଅସୁବିଧା ସମସ୍ତଙ୍କୁ ଜଣାଇ ହୁଏନା।ଆମେ ଦୁହେଁ ସେଥିପାଇଁ ମ୍ୟୁଚୁଆଲ ଡାଇଭର୍ସ ନେବାକୁ ସ୍ଥିର କରିଛୁ। ସୀତା ବହୁତ ହେଡ ଷ୍ଟ୍ରଙ୍ଗ, ଜିଦିଆ ଝିଅ।”
    ସାଙ୍ଗମାନେ ପୁଣି ରାମକୁ ବୁଝାଇ କହିଥିଲେ,
    -ତୁ ଅଙ୍କଲ ଆଣ୍ଟିଙ୍କୁ ସବୁ ଜଣାଇ ସୀତାକୁ ବୁଝାଇବାକୁ କହ।ବଡମାନେ ବୁଝାଇଲେ ପିଲେ ବୁଝିଯାଆନ୍ତି।ତୋ ଡ୍ୟାଡି ,ମମି ନିଶ୍ଚେ ସବୁ ସମ୍ଭାଳି ନେବେ।”
    ନିରବ ରହିଥିଲା ରାମପ୍ରସାଦ ଓ ଦୀର୍ଘନିଶ୍ଵାସ ଛାଡି କହିଥିଲା,
    -ଡ୍ୟାଡି,ମମିଙ୍କୁ ନେଇ ହିଁ ଏସବୁ ଅଶାନ୍ତି।ସୀତା ଚାହୁଁନି ମୋ ଡ୍ୟାଡି,ମମି ଆମ ସହ ଏଇଠି ରୁହନ୍ତୁ।ମୁଁ ତାକୁ ବହୁତ ବୁଝାଇ ସାରିଲିଣି।ହେଲେ ତାର ଯୁକ୍ତି ଯେ ଡ୍ୟାଡି,ମମି ଆମ ଲଭ ମ୍ୟାରେଜ ପାଇଁ ଖୁସି ନୁହନ୍ତି ଓଛୋଟ ଛୋଟ କଥାରେ ଡ୍ୟାଡି,ମମି ଉଭୟେ ତାର ଦୋଷ/ ଖୁଣ ବାହାର କରୁଛନ୍ତି ।ଡ୍ୟାଡି,ମମି ବି ଅଜବ ମଣିଷ,ବୟସ ହେଲାଣି, ଅଥଚ ଜିଦି ଧରି ମୋତେ ସ୍ତ୍ରୀ କଥାରେ ନାଚୁଥିବା ଅଯୋଗ୍ୟ ପୁଅ ବୋଲି ଓଲଟା ଦୋଷ ଦେଉଛନ୍ତି।ଅନ୍ୟ ଯେ କୌଣସି ଝିଅ ଆମ ଘର କୁ ବୋହୁ ହୋଇ ଆସିଥିଲେ ଏମିତି ହେଉ ନଥାନ୍ତା ବୋଲି ମମି କହୁଛି ।ମୁଁ ଠିକ କରି ଶୋଇ ପାରୁନି,ଏସବୁଥିରୁ ମୁକ୍ତି ପାଇଁ ବିବାହ ବିଚ୍ଛେଦ ହିଁ ଏକମାତ୍ର ଉପାୟ।”
  • ସୀତା ର ବାପା,ମା ଅର୍ଥାତ୍ ତୋ ଶାଶୁ,ଶଶୁର ଙ୍କୁ ହସ୍ତକ୍ଷେପ କରିବାକୁ କହ।”
    ଚେୟାରରୁ ଉଠି ରାମ କହିଲା,
  • ସେମାନେ ହିଁ ଅତ୍ୟଧିକ ହସ୍ତକ୍ଷେପ କରୁଛନ୍ତି।ଏମିତି ରେ ଆମ ପ୍ରେମ ବିବାହ ପାଇଁ ସୀତା ର ବାପା ମା ବି ପ୍ରଥମେ ଅରାଜି ହୋଇଥିଲେ। ସୀତାକୁ କହୁଛନ୍ତି ଅଧିକ ଆଲିମନି ମାଗି ଡାଇଭର୍ସ ନେଇଯିବାକୁ।କିଛି ଦିନ ହେଲାଣି ସୀତା ନିଜ ବାପ ଘରେ ରହୁଛି।”

ସୀତାକୁ ତା ଅଫିସ ସାଙ୍ଗମାନେ ବି ବିବାହ ବିଚ୍ଛେଦ ନକରିବାକୁ ଅନୁରୋଧ କରି ବୁଝାଇ କହୁଥିଲେ,
-ଦେଖ ସୀତା, ରାମପ୍ରସାଦ ବହୁତ ଭଦ୍ର ଓ ସରଳ ପିଲା।ଅନ୍ୟ କୌଣସି ଝିଅ ସହ ତାର ଚକ୍କର ନାହିଁ।ତୁ ଅଯଥାରେ ବିବାହ ଭାଙ୍ଗେନା।ରାମକୁ ବୁଝାଇବା ପାଇଁ ତୋ ଶାଶୁ,ଶଶୁରଙ୍କୁ କହ।”
ଚିହିଁକି ଉଠି ସୀତା କହିଲା,
-ସେ ଦୁହେଁ ହିଁ ଅଶାନ୍ତିର ମୂଳ କାରଣ।ସବୁବେଳେ ମୋତେ ଶୁଣାଇ କୁହନ୍ତି, ଝିଅର କୁଳ,ଜାତି ବିଷୟରେ ଜଣା ନାହିଁ, ଛିଃ ଏତେ ନୀଚ୍ଚ ସ୍ତରର ଲୋକ ଏମାନେ।ଯଦିଓ ମୋ ବାପା,ମା ମୋତେ ପାଳିଛନ୍ତି,ହେଲେ ମୁଁ ତ ହେତୁ ପାଇଲା ଦିନଠୁ ସେମାନଙ୍କୁ ନିଜ ବାପା ମା ବୋଲି ଜାଣିଛି।ତା ଛଡା ମୁଁ କାହିଁକି ଅଧିକ ଯୌତୁକ ଆଣିନି ବୋଲି ସବୁବେଳେ ଅଭିଯୋଗ।ଅନ୍ୟ ଯେ କୌଣସି ଝିଅ ରାମକୁ ବାହା ହୋଇଥିଲେ କାଳେ ବହୁତ ସମ୍ପତ୍ତି ଓ ଟଙ୍କା,ସୁନା ଯୌତୁକ ଆଣିଥାନ୍ତା।ମୋ ବାପା ମା କାଳେ ଛୋଟଲୋକ।ମୁଁ ମୋବାଇଲ ଦେଖିବିନି, ସୋସିଆଲ ମିଡିଆରେ ରହିବନି, ରୋଷେଇଆ ବଦଳରେ ମୁଁ ରୋଷେଇ କରିବି, ମୋ ରଙ୍ଗ ଅଧିକ ଗୋରା ନୁହେଁ ଇତ୍ୟାଦି,ଇତ୍ୟାଦି।କିଛି ଦିନ ହେଲାଣି ମୋ ଦେହଟା ଭଲ ଲାଗୁନି।ସେଥିପାଇଁ ଟିକେ ଶାନ୍ତି ରେ ରହିବା ପାଇଁ ମୁଁ ଏବେ ଆମ ଘରକୁ ଆସିଛି।”
ଜଣେ ବାନ୍ଧବୀ କହିଲା,
-ଏମିତି ରେ ରାମ ପ୍ରସାଦ କେଉଁ ତୋଫା ଗୋରା କି ? ତା ରଙ୍ଗ ତ ତୋ ଠୁ ଢେର ମଠ।ଏହା ତ ରଙ୍ଗଭେଦ ଓ ଯୌତୁକ ନିର୍ଯ୍ୟାତନା।ତୁ ବରଂ ପୋଲିସରେ କମ୍ପ୍ଲେନ୍ କରିଦେ।”
ଦୁହିଙ୍କ ଅଫିସ ବସ ଚିରଞ୍ଜିବୀବାବୁ କିନ୍ତୁ ସବୁ ଶୁଣିଲେ ଓ ଚୁପକିନା ନିଜ ଆଡୁ ଫୋନରେ ନିଜର ପିଲାଦିନର ବନ୍ଧୁ ତଥା ଥାନା ଅଫିସରଙ୍କୁ କିଛି ସାହାଯ୍ୟ ପାଇଁ ଅନୁରୋଧ କଲେ।

ୋଲିସଥାନାରେ ଉଭୟ ପକ୍ଷରୁ ଅଭିଯୋଗ ଦାଖଲ ହୋଇଥିଲା।ସବୁ କଥା ଶୁଣି ଥାନା ବାବୁ କହିଥିଲେ,

  • ଦେଖନ୍ତୁ,ନିୟମ ଅନୁସାରେ ଆମେ ଆପଣ ଦୁହିଁଙ୍କୁ ସରକାରଙ୍କ ତରଫରୁ ଗଠିତ ହୋଇଥିବା ମ୍ୟାରେଜ କାଉନସିଲିଂ କମିଟି ପାଖକୁ ପଠାଇବୁ।ସେମାନେ ସବୁ ବିଚାର କରି ଯାହା ନିର୍ଦ୍ଦେଶ ଦେବେ ତାହା ଆମେ ପାଳନ କରିବୁ।”
    ଏକା ସ୍ବରରେ ଦୁହେଁ କହିଲେ,
  • ଆମେ ତ ମ୍ୟୁଚୁଆଲ ଚାହୁଁ,ତେଣୁ କାଉନସିଲିଙ୍ଗ କାହିଁକି ?”
    ଥାନାରେ ଥିବା ମହିଳା ଅଫିସର କହିଲେ,
  • ବାହାଘର ପିଲା ଖେଳ ନୁହେଁ ଯେ,ଆଜି ଇଛା ହେଲା ବାହା ହୋଇଯିବ ଓ କାଲି ବିବାହ ଭାଙ୍ଗିଦେବ।ତାଛଡ଼ା କାଉନ ସିଲିଂ ହେଉଛି ସରକାରୀ ନିୟମ,ଆଦେଶ।”
    ବାଧ୍ୟହୋଇ ଦୁହେଁ କାଉନସିଲିଂ ପାଇଁ ରାଜି ହେଲେ।
    କାଉନସିଲିଂ କମିଟିର ଦୁଇ ସଭ୍ୟ ସମସ୍ତ ବିଷୟ ଅନୁଧ୍ୟାନ କରି ପ୍ରଥମେ ସୀତା ଓ ରାମକୁ ଡକାଇ ଉଭୟଙ୍କୁ ପାଖା ପାଖି ବସାଇ ବିଭିନ୍ନ ପ୍ରଶ୍ନ ପଚାରିଲେ ଓ ସେମାନଙ୍କୁ ବାହାରେ ଅପେକ୍ଷା କରିବାକୁ କହି ,ରାମ ର ପିତା,ମାତାଙ୍କୁ ଡକାଇଲେ।ବୋହୁ ବିଷୟ ରେ ଅଭିଯୋଗର ଫର୍ଦ୍ଦ ଆରମ୍ଭ ହେଲା,
  • ସବୁବେଳେ ବାପଘର ନହେଲେ ସାଙ୍ଗମାନଙ୍କ ପାଖକୁ ଫୋନ।ଅଫିସ ବାହାନା ଦେଖାଇ ରୋଷେଇବାସ କରେନା।ଆମଠୁ ଅଲଗା ରହିବାକୁ ପୁଅକୁ ଶିଖାଉଛି।ତା ମା ସବୁବେଳେ ଝିଅକୁ କୁମନ୍ତ୍ରଣା ଦେଉଛି।
    ଯୌତୁକ ନିର୍ଯ୍ୟାତନା ଆମେ ଦେଉଛୁ ବୋଲି ସେମାନେ ମିଛରେ କହୁଛନ୍ତି।ଆଜିକାଲି ବୁଢ଼ା ବୟସରେ ଶାଶୁ ଶଶୁରଙ୍କ ଜୀବନ ଅତି ଶୋଚନୀୟ।ଏଇ ଦେଖନ୍ତୁ,ମୁଁ ରେକର୍ଡିଂ କରି ରଖିଛି,ମୋ ବୋହୁ କେମିତି ମୋତେ ଗାଳି ଦେଉଛି। “
    ଜଣେ ସଭ୍ୟ ରାମପ୍ରସାଦର ମାଙ୍କୁ ମୋବାଇଲ ରେ ଗୋଟେ ଭିଡିଓ ଦେଖାଇ କହିଲେ,
  • କିନ୍ତୁ ଏଇ ଭିଡିଓ ଅଲଗା କଥା ଦେଖାଉଛି।ଆପଣ ଦୁହେଁ ବୋହୁକୁ ଟଙ୍କା ଓ ସୁନା ସହ ପୁଅ ପାଇଁ ଫ୍ଲାଟ ନିମିତ୍ତ ବୋହୂକୁ ବାପଘରୁ ଟଙ୍କା ଆଣିବାକୁ କହୁଛନ୍ତି।ବୋହୂର ଜନ୍ମ ବିଷୟରେ,ତା ଦେହର ରଙ୍ଗ ବିଷୟରେ ବି ଅସଭ୍ୟ ଟିପ୍ପଣୀ ଦେଉଛନ୍ତି।ଆପଣ ନିଜେ ଜଣେ ମହିଳା,ମା ବୋଲି ଭୁଲି ଯାଉଛନ୍ତି ?ସିଧା ଜେଲ ରେ ପଶିବେ।କିଛି ବୁଢ଼ାବୁଢ଼ୀ ଉପରକୁ ଶାନ୍ତ ଶିଷ୍ଟ ଦେଖାଇ ହୋଇ, ଭିତରେ ଭିତରେ ନିଜ ଘର ଭାଙ୍ଗନ୍ତି ଓ ପୁଅ ବୋହୁଙ୍କ ଜୀବନ ଦୁର୍ବିସହ କରନ୍ତି।ଆପଣମାନେ ଘର’ର ମୂରବୀ, ପିଲାଙ୍କ ଘର ସଜାଡ଼ିବା ବଦଳରେ ଘର ଭାଙ୍ଗୁଛନ୍ତି ?ସୀତା ଯଦି ଆପଣଙ୍କ ଝିଅ ହୋଇଥାନ୍ତା ?”

କିଛି ଆଲୋଚନା ପରେ ସେ ଦୁହେଁ ବାହାରକୁ ଗଲେ ଓ ସୀତା ର ବାପା,ମା ରୁମ୍ ଭିତରକୁ ଆସିଲେ।ସେମାନଙ୍କୁ ଚାହିଁ ଅନ୍ୟ ସଦସ୍ୟ କହିଲେ,

  • ଆପଣଙ୍କ ଝିଅ ଡାଇଭର୍ସ ଦେଉ ବୋଲି ଆପଣ କାହିଁକି ଚାହାନ୍ତି ?”
    ସୀତା’ର ମା କହିଲେ,
  • ତା ଶଶୁର ଘର ଲୋକ ବଦମାସ।ଯୌତୁକ ମାଗୁଛନ୍ତି।ତାଙ୍କ ପୁଅ ତ ଲଭ ମ୍ୟାରେଜ କଲା।ଝିଅ ଆମର ଶାନ୍ତିରେ ରହି ପାରୁନି।ସେ ବୁଢ଼ା,ବୁଢ଼ୀ ଦୁଇଟା ତା ଉପରେ ବୋଝ ହୋଇ ହଇରାଣ କରୁଛନ୍ତି।ଆପଣ ଟିକେ ଆମ ଜୋଇଁ ଙ୍କୁ ଡରେଇ କୁହନ୍ତୁ କି ଆଗକୁ ଦରକାର ପଡ଼ିଲେ ତାଙ୍କୁ ଜେଲ ପଠାଇବେ।”
    କମିଟିର ଅନ୍ୟ ସଭ୍ୟଜଣଙ୍କ ପଚାରିଲେ,
    -ଆପଣ କଣ ଆମକୁ ନିର୍ଦ୍ଦେଶ ଦେବେ ? ତାଛଡ଼ା ଆପଣଙ୍କ ଝିଅର ମୋବାଇଲ କଲ ଡିଟେଲ କହୁଛି ଆପଣ ସବୁଦିନ ସକାଳେ ଓ ସନ୍ଧ୍ୟାରେ ଘଣ୍ଟାଏ ଘଣ୍ଟାଏ ଲେଖାଏଁ ଝିଅ ସହ ଗପନ୍ତି ଓ ଆମେ ଶୁଣିଲୁ, ଝିଅକୁ ସ୍ଵାମୀକୁ ଛାଡି ଚାଲି ଆସିବାକୁ କୁହନ୍ତି।ଆପଣ ମା ହୋଇ ନିଜ ଝିଅର ଘର ଭାଙ୍ଗୁଛନ୍ତି ? ଝିଅ ବାହା ହୋଇ ଶାଶୁଘରକୁ ଗଲା ପରେ ସେ ତା ଘର କଥା ବୁଝିବ।ଆଜିକାଲି ଝିଅ ଘରର ସବୁ କଥାରେ ମୁଣ୍ଡ ପୁରେଇବା କିଛି ବାପଘର ଲୋକଙ୍କ ଫେଶନ ହୋଇଗଲାଣି।କାରଣ