ଆଇଁଷ ଛାଡିଲେ ପଞ୍ଚୁକ ହୁଏନି
ପାଞ୍ଚ ‘କ’ ତେଜ ବାଇମନ ।
ପ୍ରଥମ ‘କ’ ରେ କପଟ ତେଜିବା ଦ୍ବିତୀୟ କଟୁବଚନ ।୧।
ତୃତୀୟ ‘କ’ ରେ କ୍ରୋଧକୁ ବିନାଶି କଳହରୁ ହେବ ବିରତ ।
ଚତୁର୍ଥେ କାମିନୀ କାମନା ତେଜିବା ପଞ୍ଚମରେ କୁସଂଗତ ।୨୮
କାୟ-ମନ-ବାକ୍ୟ ମଧୁମୟ ହେଲେ ଅନୁର ହୋଇବ ଆସ୍ତିକ ।
ତେବେ ସିନା ହେବ ଜୀବନ ସାର୍ଥକ ପୁଣ୍ୟ ବରଷିବ ପଞ୍ଚୁକ |୩|