ଉତ୍ତମ ସ୍ବାସ୍ଥ୍ୟ ପାଇଁ ପନ୍ଦର ଟି ନିୟମ

ଉତ୍ତମ ସ୍ବାସ୍ଥ୍ୟ ପାଇଁ ପନ୍ଦର ଟି ନିୟମ

ଉତ୍ତମ ସ୍ବାସ୍ଥ୍ୟ ପାଇଁ ପନ୍ଦର ଟି ନିୟମ

୧) ସକାଳ ୫ଟା ବ୍ରହ୍ମମୁହୂର୍ତ୍ତରେ ଉଠନ୍ତୁ ।

୨) ଖାଲି ପେଟରେ ଗୋଟିଏ ଲିଟର ଉଷୁମ ପାଣି ପିଅନ୍ତୁ ।

୩) ସକାଳ ଜଳଖୁଆରେ ୮୦ ପ୍ରତିଶତ ପେଟ ଭରି ଖା’ନ୍ତୁ ।

୪) ମଧ୍ୟାହ୍ନ ଭୋଜନରେ ୭୦ ପ୍ରତିଶତ ପେଟ ଭରି ଖା’ନ୍ତୁ ।

୫) ରାତ୍ରି ଭୋଜନରେ ଅଧା ପେଟ ଖା’ନ୍ତୁ ।

୬) ସକାଳେ,ଦି ପହରେ ଓ ରାତିରେ ଖାଇବାର ଅଧଘଣ୍ଟା ପରେ ଅଧା ଲିଟର ଲେଖା ପାଣି ପିଅନ୍ତୁ ।

୭) ପ୍ରତିଥର ଖାଇବାର ଅଧଘଣ୍ଟା ଆଗରୁ ଗୋଟିଏ ଗ୍ଲାସ ପାଣି ପିଅନ୍ତୁ ।

୮) ରାତିରେ ଭୋଜନର ୧ ଘଣ୍ଟା ପରେ ଶୁଅନ୍ତୁ

୯) ରାତିରେ ଶୋଇବା ଆଗରୁ ଏକ ଗ୍ଲାସ ଉଷୁମ ପାଣି ପିଅନ୍ତୁ ।

୧୦) ରାତିରେ ଶୋଇବା ସମୟରେ ପ୍ରଥମେ ଚିତ୍ ହୋଇ ଶୁଅନ୍ତୁ ଓ ୩ ଟୋପା ସୋରିଷ ତେଲ ନାଭିରେ ପକାନ୍ତୁ ଓ ନାଭି ଚାରିପଟେ ଟିକେ ତେଲ ଧୂରେ ମାଲିସ୍ କରନ୍ତୁ,ତା’ପରେ ଆରାମରେ ଶୋଇଯାନ୍ତୁ ।

୧୧) ସପ୍ତାହରେ ୨ ରୁ ୩ ଥର ପିତା(କଲରା) ଖା’ନ୍ତୁ । ୨ ରୁ ୩ ଥର ଅମୃତଭଣ୍ଡା(କଞ୍ଚା)ସନ୍ତୁଳା ଖା’ନ୍ତୁ । ୨ ରୁ ୩ ଥର ଲାଉ ଖା’ନ୍ତୁ। (କଲରା,ଅମୃତଭଣ୍ଡା ଓ ଲାଭର ପରିମାଣ ଅତି କମରେ ଥରକୁ ୨୦୦ ଗ୍ରାମ ।

୧୨) ଆଇଁଷ ଯେତେ କମ୍ ଖାଇବେ ସେତେ ଭଲ ।ବିଲକୁଲ୍ ଆଇଁଷ ନ ଖାଇଲେ ବହୁତ ଭଲ ।

୧୩)ସକାଳେ ଗାଧୋଇଲା ବେଳେ,ପ୍ରଥମେ ଗୋ‍ଆଡୁ ପାଣି ଢାଳି ଢାଳି ବେକଯାଏ ଗାଧାନ୍ତୁ ଓ ଶେଷରେ ମୁଣ୍ଡରେ ପାଣି ଢାଳି ଗାଧାନ୍ତୁ ।

୧୪)ଦରକାର ନ ପଡ଼ିଲେ ଉପବାସ କରନ୍ତୁ ନାହିଁ,କେବେବି ଠିଆ ଠିଆ ପାଣି ପିଅନ୍ତୁ ନାହିଁ ।

୧୫)ଲୋଭରେ କେବେବି ପେଟଭରି ଖୁଆନ୍ତୁ ନାହିଁ।

ଏତିକି ମାତ୍ର ପାଳନ କରନ୍ତୁ,ଆଉ ଦେଖନ୍ତୁ ଆପଣଂକ ଜୀବନ ସୁଖମୟ ହୋଇଯିବ, ଆପଣ କେବେବି ରୋଗରେ ଆକ୍ରାନ୍ତ ହେବେନାହିଁ, ଆନନ୍ଦରେ ଜୀବନ କାଟିବେ ।