ଶୁନ୍ୟ ମୃତ୍ୟୁସପ୍ତାହ ଚାଲୁଅଛି,ଓଭରଟେକ୍ କଲା ବେଳେ ସାବଧାନ

ଶୁନ୍ୟ ମୃତ୍ୟୁସପ୍ତାହ ଚାଲୁଅଛି,ଓଭରଟେକ୍ କଲା ବେଳେ ସାବଧାନ

*ମାତୃଗର୍ଭରୁ ସଂସାରକୁ ଆସିବା ପାଇଁ ମାତୃଗର୍ଭରେ ୯ ମାସ ରହି ଅପେକ୍ଷା କରୁଛେ,
*ଚାଲିବା ପାଇଁ ଦୁଇ ବର୍ଷ,
*ସ୍କୁଲରେ ପ୍ରବେଶପାଇଁ ତିନିବର୍ଷ,
*ଭୋଟଦେବା ପାଇଁ ୧୮ ବର୍ଷ,
*ଚାକିରି କରିବାକୁ ୨୨ ବର୍ଷ,
*ବିବାହ କରିବାକୁ ୨୫-୩୦ ବର୍ଷ,
ଏହିପରି ଅନେକ ଯାଗାରେ ଆମେ ଅପେକ୍ଷା କରିଥାଉ….


କିନ୍ତୁ……

ଗାଡି ଓଭରଟେକ୍ କଲାବେଳେ ମାତ୍ର ୩୦ ସେକେଣ୍ଡ୍ ବି ଅପେକ୍ଷା କରିପାରୁନା..
ଯଦି ଦୁର୍ଘଟଣା ହୋଇ ଆଘାତ ପାଇ କୌଣସି ମତେ ବଞ୍ଚିଯାଉ ତ, ତାହାକୁ ଭଲ କରିବା ପାଇଁ ଡାକ୍ତରଖାନାରେ କେତେ ଘଣ୍ଟା, କେତେ ଦିନ, କେତେ ମାସ ବା କେତେ ବର୍ଷ ଲାଗିପାରେ। ଆଉ କ୍ଷଣିକରେ ଜୀବନ ବି ଚାଲିଯାଇପାରେ ।।
କିଛି ସେକେଣ୍ଡ ର ତରବର କେତେ ବଡ ପରିଣାମ ଆଣିଦେଇପାରେ… ?
ଯିବା ଲୋକ ତ ଚାଲିଯିବ, କିନ୍ତୁ ବିକଳାଙ୍ଗ ହେଇ ରହିଥିବା ଲୋକର ଅବସ୍ଥା କ’ଣ ହେବ…?
ଏହା ଉପରେ କ’ଣ କେହି କେବେ ବିଚାର କରୁଛେ …. ?
ଆଉ ସବୁବେଳେ ଭାଗ୍ଯ ବା ନିୟତି କୁ ଦୋଷ ଦେଇ ଚାଲିଛେ ।।

ଠିକ୍ ରାସ୍ତାରେ, ଠିକ୍ ବେଗରେ, ଗାଡିକୁ ନିଜ ନିୟନ୍ତ୍ରଣରେ ରଖି,

ଟ୍ରାଫିକ୍ ନିୟମକୁ ମାନି ଗାଡି ଚଲାନ୍ତୁ ଆଉ ସୁରକ୍ଷିତରେ ନିଜ ଲକ୍ଷସ୍ଥଳରେ ପହଞ୍ଚନ୍ତୁ….

ଆପଣ ସାରା ଦୁନିଆ ପାଇଁ ଜଣେ ବ୍ୟକ୍ତି ହୋଇପାରନ୍ତି କିନ୍ତୁ ଆପଣଙ୍କ ପରିବାର ପାଇଁ ଆପଣ ହିଁ ସାରା ଦୁନିଆ ।
ଆମେ ସୁଧୁରିଲେ ଯୁଗ ସୁଧୁରିବ