କଳି ଯୁଗ।

କଳି ଯୁଗ।

  1. ସତ ଯେ କହିବ, । ବନ୍ଧା ସେ ହୋଇବ

ମିଛର ହୋଇବ ଜୟ

ସାଧୁ ବନ୍ଧା ହେବେ | ଚୋର ଖସିଯିବେ

ଏତ କଳି ଯୁଗ ନ୍ୟାୟ


2. ଛଳନା ରଙ୍ଗରେ । ସଭିଏଁ ରଙ୍ଗିନି,

ପ୍ରିୟ ପରିଜନ ପ୍ରୀତି।

ବାସ୍ତବ ଜୀବନ । ମୋହ ମାୟାଭରା

ଶସ୍ତା ହୁଏ ରାଜନୀତି


ସ୍ବାର୍ଥର ମୋହର । ଲାଗି ଅଛି ଏଠୀ

ଜୀବନଟା ହୁଏ ମାଟି ।

ରାଜନୀତି ପାଇଁ । ଅଦଳ ବଦଳ,

ଭାଇ ଭାଇ ପିଟା ପିଟି


ଅନ୍ୟାୟ ଅନିତି । ଦୁର୍ନୀତି ଢେଉର

ତରଙ୍ଗ ଯାଇଛି ବ୍ୟାପି

ସତ୍ୟ ଧର୍ମ ନ୍ୟାୟ । ପୂର୍ଣର କଳସି,

ପାପ ଦୁନିଆରୁ କାହିଁ ଗଲା ପାଦ ଥାପି


ପାପ ଦୁନିୟା ରୁ | ଧର୍ମ ଦୁନିଆକୁ

ବନ୍ଧ ବାନ୍ଧ ଯାଇ ଆଗ

ହାତେ ମାପି ଭାଇ । ଚାଖଣ୍ଡେ ଚାଲିବା

ଏହି ପରା କଳି ଯୁଗ ।