ଥରେ ଜଣେ ବ୍ରାହ୍ମଣ ମହାମାନବ ଗୌତମ ବୁଦ୍ଧଙ୍କୁ ପଚାରିଲେ।*
ବ୍ରାହ୍ମଣ:- “ଆପଣ ସମସ୍ତଙ୍କୁ କୁହନ୍ତି ଯେ ଆତ୍ମା ନାହିଁ, ସ୍ବର୍ଗ ନାହିଁ,ପୁନର୍ଜନ୍ମ ନାହିଁ। କଣ ଏହା ସତ୍ଯ ?
ଗୌତମ ବୁଦ୍ଧ:- “ଆପଣଙ୍କୁ ଏକଥା କିଏ କହିଲା, ଯେ ମୁଁ ଏହା କହିଛି ବୋଲି ?
ବ୍ରାହ୍ମଣ:- “ନା ଏମିତି କେହି କହି ନାହାନ୍ତି।
ଗୌତମ ବୁଦ୍ଧ :- ମୁଁ ଏମିତି କହିଛି ବୋଲି କହିଥିବା ଲୋକକୁ ଆପଣ ଜାଣିଛନ୍ତି କି ?
ବ୍ରାହ୍ମଣ:- “ନା।
ଗୌତମ ବୁଦ୍ଧ:- ମୁଁ ଏମିତି କହୁଥିବା ସମୟରେ ଆପଣ କେବେ ଶୁଣିଛନ୍ତି କି ?
ବ୍ରାହ୍ମଣ:- ନା ତଥାଗତ, ଲୋକଙ୍କ କଥା ଶୁଣି ଏମିତି ଲାଗିଲା। ଯଦି ଏହା ନୁହେଁ ତାହେଲେ ଆପଣ କ’ଣ କହୁଛନ୍ତି ?
ଗୌତମ ବୁଦ୍ଧ:- ମୁଁ କହୁଛି ଯେ ମନୁଷ୍ଯ ବାସ୍ତବିକ ସତ୍ଯକୁ ସ୍ବୀକାର କରିବା ଆବଶ୍ୟକ।
ବ୍ରାହ୍ମଣ:- “ମୁଁ ବୁଝିପାରିଲି ନାହିଁ ତଥାଗତ, ଦୟାକରି ସରଳାର୍ଥରେ କୁହନ୍ତୁ।
ଗୌତମ ବୁଦ୍ଧ:- ମନୁଷ୍ଯର ପାଞ୍ଚଟି ବାହ୍ଯ ଜ୍ଞାନେନ୍ଦ୍ରିୟ ଅଛି, ଯାହାର ସାହାଯ୍ଯରେ ସେ ସତ୍ଯକୁ ବୁଝିପାରିବ ଓ ଜାଣି ପାରିବ।
୧-ଆଖି – ମଣିଷ ଆଖିରେ ଦେଖିଥାଏ।
୨-କାନ- ମଣିଷ କାନରେ ଶୁଣିଥାଏ।
୩-ନାକ- ମଣିଷ ନାକରେ ଶ୍ୱାସକ୍ରିୟା କରିଥାଏ।
୪- ଜିଭ – ମଣିଷ ଜିଭରେ ସ୍ୱାଦ ଚାଖିଥାଏ।
୫- ଚର୍ମ- ମଣିଷ ଚର୍ମ ଦ୍ବାରା ସ୍ପର୍ଶ ଅନୁଭବ କରିଥାଏ।
ଏହି ପାଞ୍ଚଟି ଜ୍ଞାନେନ୍ଦ୍ରିୟ ମଧ୍ୟରୁ ଦୁଇ ବା ତିନୋଟି ଜ୍ଞାନେନ୍ଦ୍ରିୟ ସାହାଯ୍ୟରେ ମଣିଷ ସତ୍ୟକୁ ଜାଣିପାରି ଥାଏ।
ବ୍ରାହ୍ମଣ:- “କେମିତି ତଥାଗତ ?
ଗୌତମ ବୁଦ୍ଧ:- “ଆଖିରେ ପାଣି ଦେଖିପାରିବ, କିନ୍ତୁ ତାହା ଥଣ୍ଡା କି ଗରମ ଜାଣିବା ପାଇଁ ଚର୍ମର ସାହାଯ୍ୟ ନେବାକୁ ପଡିଥାଏ, ଏବଂ ମିଠା କି ଲୁଣିଆ ଜାଣିବା ପାଇଁ ଜିଭର ସାହାଯ୍ୟ ନେବାକୁ ପଡିଥାଏ।
ବ୍ରାହ୍ମଣ:- “ତାହଲେ ଭଗବାନ ଅଛନ୍ତି କି ନାହାନ୍ତି ଏହି ସତ୍ଯକୁ କିପରି ଜାଣିବ ତଥାଗତ ?
ଗୌତମ ବୁଦ୍ଧ:- “ଆପଣ ପବନକୁ ଦେଖି ପାରିବେ ?
ବ୍ରାହ୍ମଣ:- “ନା ତଥାଗତ।
ଗୌତମ ବୁଦ୍ଧ:- “ଏହାର ଅର୍ଥ ପବନ ନାହିଁ, ଏହା ଠିକ୍ କି ?
ବ୍ରାହ୍ମଣ:- “ନା ତଥାଗତ।
ଗୌତମ ବୁଦ୍ଧ:- “ପବନ ଦେଖାଯାଏ ନାହିଁ ତଥାପି ଆମେ ଏହାର ଅସ୍ତିତ୍ୱକୁ ଅସ୍ୱୀକାର କରିପାରିବା ନାହିଁ, କାରଣ ପବନକୁ ଆମେ ନିଶ୍ୱାସ,ପ୍ରଶ୍ବାସ ଦ୍ବାରା ଭିତରକୁ ନେଇଥାଉ ଏବଂ ବାହାରକୁ ଛାଡିଥାଉ, ଯେତେବେଳେ ପବନ ପ୍ରବାହିତ ହୁଏ, ସେତେବେଳେ ଗଛ-ପତ୍ର ହଲିଥାଏ, ଆମେ ଏହାକୁ ଦେଖୁ ଓ ଅନୁଭବ କରୁ।ବର୍ତ୍ତମାନ ଆପଣ ମୋତେ କୁହନ୍ତୁ ଯେ ଭଗବାନ ଆମକୁ ପାଞ୍ଚ ଜ୍ଞାନେନ୍ଦ୍ରିୟ ମାଧ୍ୟମରେ ଅନୁଭବ ହେଉଛନ୍ତି କି ?
ବ୍ରାହ୍ମଣ:- “ନା ତଥାଗତ।
ଗୌତମ ବୁଦ୍ଧ:- “ଆପଣଙ୍କ ମାତା ପିତା ଦେଖିଛନ୍ତି କି ? କିମ୍ବା ଦେଖିଛନ୍ତି ବୋଲି ସେମାନେ ଆପଣଙ୍କୁ କହିଛନ୍ତି କି ?
ବ୍ରାହ୍ମଣ:- “ନା ତଥାଗତ।
ଗୌତମ ବୁଦ୍ଧ:- “ତାହେଲେ ପରିବାରର କୌଣସି ପୁର୍ବଜ ଦେଖିଛନ୍ତି ବୋଲି ଆପଣ ଶୁଣିଛନ୍ତି କି ?
ବ୍ରାହ୍ମଣ:- “ନା ତଥାଗତ।
ଗୌତମ ବୁଦ୍ଧ:- “ମୁଁ ଏହା ହିଁ କହୁଛି, ଯାହାକୁ ଆଜି ପର୍ଯ୍ୟନ୍ତ କେହି ଦେଖି ନାହାଁନ୍ତି, ଯାହାକୁ ଆମେ ଜ୍ଞାନେନ୍ଦ୍ରିୟ ଦ୍ୱାରା ଜାଣିପାରିବା ନାହିଁ, ତାହା ସତ୍ୟ ନୁହେଁ, ତେଣୁ ଏ ବିଷୟରେ ଚିନ୍ତା କରିବା ବ୍ଯର୍ଥ।
ବ୍ରାହ୍ମଣ:- “ତାହା ଠିକ୍ ତଥାଗତ, କିନ୍ତୁ ଆମେ ଜୀବିତ ଏହାର ଅର୍ଥ ଆମ ଭିତରେ ଏକ ଆତ୍ମା ଅଛି, ଆପଣ ଏହାକୁ ବିଶ୍ୱାସ କରନ୍ତି କି ନାହିଁ ?
ଗୌତମ ବୁଦ୍ଧ: – “ମୋତେ କୁହନ୍ତୁ, ମଣିଷ ମରିଯାଏ ଏହାର ଅର୍ଥ କ’ଣ ?
ବ୍ରାହ୍ମଣ: – “ଆତ୍ମା ଶରୀରରୁ ବାହାରିଯାଏ, ତାପରେ ମଣିଷ ମରିଯାଏ।
ଗୌତମ ବୁଦ୍ଧ:- “ଅର୍ଥାତ୍ ଆତ୍ମା ମରେ ନାହିଁ ?
ବ୍ରାହ୍ମଣ:- “ନା ତଥାଗତ, ଆତ୍ମା ଅମର ଅଟେ।
ଗୌତମ ବୁଦ୍ଧ:- “ଆପଣ କହୁଛନ୍ତି ଯେ ଆତ୍ମା କେବେ ମରେ ନାହିଁ, ଆତ୍ମା ଅମର ଅଟେ। ତାହେଲେ କୁହନ୍ତୁ ଆତ୍ମା ଶରୀର ଛାଡିଥାଏ ନା ଶରୀର ଆତ୍ମାକୁ?
ବ୍ରାହ୍ମଣ:- “ଆତ୍ମା ଶରୀରକୁ ଛାଡିଥାଏ ତଥାଗତ।
ଗୌତମ ବୁଦ୍ଧ:- “ଆତ୍ମା ଶରୀରକୁ କାହିଁକି ଛାଡିଥାଏ ?
ବ୍ରାହ୍ମଣ:- “ଜୀବନ ଯିବା ପରେ ଛାଡିଥାଏ।
ଗୌତମ ବୁଦ୍ଧ:- “ଯଦି ଏହା ଠିକ ତାହେଲେ ମଣିଷ କେବେ ମରିବା କଥା ନୁହେଁ। ଦୁର୍ଘଟଣା, ଅସୁସ୍ଥତା, କ୍ଷତ ହେଲା ପରେ ମଧ୍ୟ ବିନା ଚିକିତ୍ସାରେ ବଞ୍ଚିବା କଥା।କାହିଁକି ନା ଆତ୍ମାର ଇଚ୍ଛା ବିନା ମନୁଷ୍ଯ ମରିପାରିବ ନାହିଁ।
ବ୍ରାହ୍ମଣ:- “ଆପଣ ଠିକ କହୁଛନ୍ତି ତଥାଗତ, କିନ୍ତୁ ମନୁଷ୍ଯ ଦେହରେ ଆତ୍ମା ଅଛି , ଆପଣ ତାକୁ କ’ଣ କହିବେ ?
ଗୌତମ ବୁଦ୍ଧ:- “ଆପଣ ଦୀପ କେବେ ଜାଳିଛନ୍ତି?
ବ୍ରାହ୍ମଣ:-“ହଁ ତଥାଗତ।
ଗୌତମ ବୁଦ୍ଧ:- “ଦୀପର ଅର୍ଥ ହେଉଛି ଏକ ଛୋଟ ବତୀ, ଏଥିରେ ତେଲ, ତେଲରେ ଏକ ସଳିତା ଓ ଜଳିବା ପାଇଁ ନିଆଁ ଆବଶ୍ୟକ, ଠିକ୍ଅଛି ?
ବ୍ରାହ୍ମଣ:- “ହଁ ତଥାଗତ।
ଗୌତମ ବୁଦ୍ଧ:- “ତାହଲେ ମୋତେ କୁହନ୍ତୁ, ବତୀ କେତେବେଳେ ଲିଭିଥାଏ?
ବ୍ରାହ୍ମଣ:- “ତେଲ ସରିଗଲେ ଦୀପ ଲିଭିଯାଏ ତଥାଗତ।
ଗୌତମ ବୁଦ୍ଧ:- “ଆଉ କିପରି?
ବ୍ରାହ୍ମଣ:- “ତେଲ ଥାଇ ଯଦି ସଳିତା ସରିଯାଏ ତାହଲେ ମଧ୍ଯ ଦୀପ ଲିଭିଯାଏ, ତଥାଗତ।
ଗୌତମ ବୁଦ୍ଧ:- “ଏହା ସହିତ, ପ୍ରବଳ ପବନର ପ୍ରବାହ ଦ୍ୱାରା, ଦୀପ ଉପରେ ପାଣି ଢାଳିବା ଦ୍ୱାରା, କିମ୍ବା ଦୀପ ଭାଙ୍ଗିଗଲେ ମଧ୍ୟ ଲିଭାଯାଇପାରେ। ମନୁଷ୍ଯ ଶରୀର ମଧ୍ୟ ଏକ ଦୀପ ଭଳି, ଏବଂ ପ୍ରାଣର ଅର୍ଥ ହେଉଛି ଅଗ୍ନି ଅର୍ଥାତ୍ ନିଆଁ। ଜୀବମାନଙ୍କର ଶରୀର ଚାରୋଟି ଉପାଦାନରେ ଗଠିତ।
୧- ପୃଥିବୀ- ଘନରୁପ ପଦାର୍ଥ ଅର୍ଥାତ୍ ମାଟି।
୨- ଆକାଶ – ତରଳ ପଦାର୍ଥ ଯଥା ଜଳ, ଏବଂ ତେଲ।
୩- ବାୟୁ – ଅନେକ ପ୍ରକାରର ବାୟୁର ମିଶ୍ରଣ।
୪- ଆଲୋକ – ନିଆଁ, ଉତ୍ତାପ, ଉଷ୍ଣତା। ଏଥିରୁ ଗୋଟିଏ ପଦାର୍ଥ ଅଲଗା କରିଦେଲେ, ଶକ୍ତି ଓ ଉତ୍ତାପର ସୃଷ୍ଟି ହବା ବନ୍ଦ ହୋଇଯିବ, ମଣିଷ ନିଷ୍କ୍ରିୟ ହୋଇଯିବ। ଏହାକୁ ମଧ୍ଯ ମନୁଷ୍ୟର ମୃତ୍ୟୁ କୁହାଯାଏ। ତେଣୁ ଆତ୍ମା ମଧ୍ୟ ଭଗବାନଙ୍କ ପରି ଅସ୍ତିତ୍ବହୀନ ଅଟେ। ଏହି ସବୁ ବିଷୟରେ ସମସ୍ତ ଆଲୋଚନା ବ୍ୟର୍ଥ। ଏହା ଦ୍ବାରା ଧମ୍ମର ସମୟ ନଷ୍ଟ ହୋଇଥାଏ।
ବ୍ରାହ୍ମଣ:- “ତଥାଗତ, ତାହଲେ ଧର୍ମ କ’ଣ ଓ ଏହାର ଉଦ୍ଧେଶ୍ୟ କ’ଣ ?
ଗୌତମ ବୁଦ୍ଧ:- “ଧର୍ମର ଅର୍ଥ ଅନ୍ଧକାରରୁ ଆଲୋକ ଆଡକୁ ନେଇଯାଉ ଥିବା ମାର୍ଗ।” ଧର୍ମର ଉଦ୍ଦେଶ୍ୟ ହେଉଛି ମଣିଷ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କିପରି ଜୀବନଯାପନ କରିବ ସେ ଦିଗରେ ମାର୍ଗଦର୍ଶନ କରିବା। ଜୀବନର ଉତ୍ସକୁ ବୁଝିବା ଏବଂ ସେଗୁଡିକୂ ବ୍ୟବହାର କରି ଜୀବନରୁ ଦୁଃଖ ଦୂର କରିବାର ମାର୍ଗ ହେଉଛି ଧମ୍ମ। ପ୍ରକୃତିର ନିୟମକୁ ବୁଝିବା ଏବଂ ଏହା ଅନୁଯାୟୀ ଜୀବନରୁ ଦୁଃଖ ଦୂର କରିବାର ଉପାୟ ହେଉଛି ଧମ୍ମ, ପ୍ରକୃତିର ଉପାସନା ଦ୍ୱାରା ଧମ୍ମ ନୁହେଁ। ଧମ୍ମ ଜିଜ୍ଞାସାକୁ କାଳ୍ପନିକ ଧାର୍ମିକ କାହାଣୀ ଦ୍ୱାରା ମାରି ହେବ ନାହିଁ, ଧମ୍ମ ଜାଣିବାର,ଖୋଜିବାର ନାମ ଅଟେ ବିଜ୍ଞାନ ଅଟେ।
ଧର୍ମର ଆଧାର ହେଉଛି ଅନୁଭବ, ବିଶ୍ୱାସ କିମ୍ବା ଅନ୍ଧବିଶ୍ୱାସ ନୁହେଁ, ଧମ୍ମ ଜାଣିବା ପରେ ମାନିବା, ବିଶ୍ୱାସ ନୁହେଁ।
ଧର୍ମ ମଣିଷକୁ ମଣିଷ ଓ ଜୀବଜଗତର ସାହାରା ହବାକୁ ଶିଖାଇ ଥାଏ, ଧମ୍ମ ନିଜର ସାହାରା ନିଜେ ହୋଇଥାଏ କୌଣସି ଇଶ୍ୱରଙ୍କ କୃପାକୁ ଅପେକ୍ଷା କରି ବସେ ନାହିଁ।
ଦୁଃଖ ଦୁଇ ପ୍ରକାରର, ଗୋଟିଏ ପ୍ରାକୃତିକ ଅନ୍ୟଟି ମନୁଷ୍ୟ ଦ୍ୱାରା ନିର୍ମିତ, ପ୍ରାକୃତିକ ଦୁଃଖର ଚିକିତ୍ସା ତୁମର ତଥାକଥିତ ଭଗବାନଙ୍କ ପାଖରେ ମଧ୍ୟ ନାହିଁ ସେ ମଧ୍ୟ ଏହାକୁ ରୋକିବାରେ ଅସମର୍ଥ, ତାହଲେ ଭଗବାନଙ୍କ ପ୍ରତି ଭକ୍ତି କାହିଁକି ?
ଧର୍ମ ହେଉଛି ମନୁଷ୍ୟକୃତ ଦୁଃଖର ସମାଧାନ, କାହିଁକି ନା ଆମ ଜୀବନରେ ପ୍ରାକୃତିକ ଦୁଃଖ ହେଉଛି ପୋଖରୀ ପରି, କିନ୍ତୁ ମନୁଷ୍ୟ ଦ୍ୱାରା ନିର୍ମିତ ଦୁଃଖ ସମୁଦ୍ର ପରି। ଅର୍ଥାତ୍ ଦୁଃଖର ସବୁଠାରୁ ବଡ ଅଂଶ ହେଉଛି ମାନବ ନିର୍ମିତ ଯେମିତି କି ସାମାଜିକ ଜାତି ବିଭାଜନ, ଅସମାନ ଅର୍ଥନୈତିକ ବିଭାଜନ, ଭୁଲ ରାଜନୀତି, ଭୁଲ ବ୍ୟକ୍ତିଗତ ଅଭ୍ୟାସ, ରୋଗ, ଧାର୍ମିକ ଚିନ୍ତାଧାରା, ରୀତିନୀତି ଓ ଅତ୍ୟାଚାର ଇତ୍ୟାଦି।
ଧର୍ମର ପ୍ରଥମ ସୂତ୍ର, ସବୁକିଛିଠାରୁ ବଡ ହେଉଛି ନ୍ୟାୟ, ତଥାକଥିତ ଇଶ୍ୱରଙ୍କଠାରୁ ବି ବଡ, ନ୍ୟାୟ ବ୍ୟବସ୍ଥା ହିଁ ଧମ୍ମ ଅଟେ। କ’ଣ ଗୋଲାମୀ ଓ ଶୋଷଣ ପାଇଁ ତୁମେ ଭଗବାନଙ୍କୁ ନେବାକୁ ଚାହିଁବ ?
ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଜୀବଙ୍କ ଜୀବନକୁ ଖୁସି କରିବା ହିଁ ଧମ୍ମର ଶେଷ ଲକ୍ଷ୍ୟ।
ବ୍ରାହ୍ମଣ: – ମୁଁ ଧନ୍ୟ ହୋଇଗଲି ଆପଣ ମୋ ଆଖି ଖୋଲିଦେଲେ, ଆପଣଙ୍କ ସହିତ କଥାବାର୍ତ୍ତା କରିବା ପରେ, ମୋର ଧାର୍ମିକ ଜ୍ଞାନର ଶ୍ରେଷ୍ଠତାର ଅହଂକାର ଲୋପ ପାଇଛି, ମୁଁ ନିଜକୁ ବହୁତ ମୁକ୍ତ ଓ ହାଲୁକା ଅନୁଭବ କରୁଛି, ମୋର ଭ୍ରମ ଦୂର ହୋଇଛି, ଆପଣଙ୍କ ଜ୍ଞାନ ପାଇ ମୋ ଜୀବନ ଧନ୍ୟ ହୋଇଗଲା।
ଓଁ ନମୋ ଭଗବତେ ବାସୁଦେବାୟ। *ଜୟ ମା ଦୁର୍ଗା