ଅଶ୍ରୁ

ଅଶ୍ରୁ

ବାବା ଶୋଇଥିଲେ ଖଟିଆ ଉପରେ ଆଖୁରୁ ଝରୁଛି ଲୁହ 
ବାବା ଙ୍କ ଆଖୁରେ ଲୁହ କାହିଁପାଇଁ ବୁଝିପାରିଲାନି ଝିଅ  ।

ମା ପାଖେ ଯାଇ ପ୍ରଶ୍ନ କଲା ଝିଅ ଆଶ୍ଚର୍ଯ୍ୟ ଲାଗୁଛି ମୋତେ
ବାବାଙ୍କର ଭଳି ସାହସୀ ମଣିଷ କାନ୍ଦୁଛନ୍ତି କିଆଁ ଏତେ ।

ଝିଅ କଥା ଶୁଣି କହିଦେଲେ ମା ଘର ର ମୁରବୀ ସେହି
ଘର ଚଳାଇବା ସଂଘର୍ଷ ଭିତରେ ଲୁହ ଆସେ ଏଥି ପାଇଁ ।

ନିଜର ଲୋକଙ୍କୁ ସୁଖ ଦେବାପାଇଁ ନିଜେ ପିଉଛନ୍ତି ଲୁହ
ଅତ୍ୟଧିକ ଶ୍ରମ ବ୍ୟତିବ୍ୟସ୍ତ କରେ ଏଇତ ଦେହର କୋହ ।

ଅଭ୍ୟସ୍ତ ମଣିଷ ନାହିଁ ଭୋକ ଶୋଷ  ସଂଘର୍ଷ କରେ ଦିନ ରାତି
ତାହାଙ୍କ ଲୁହ ଦେଖି ମୋତେ  ଦିସୁ  ନାହିଁ ବୁଦ୍ଧି ବୃତି |

ମା କଥା ଶୁଣି ଝିଅ କହେ ମା କରନି ଆଉ ତୁ ଦୁଃଖ
ବାବା ଙ୍କ ଖର୍ଚ ରେ ସାହାଯ୍ୟ କରିବି ଆରମ୍ଭ ହୋଇବ ସୁଖ |

ମା ଗୋଡ ଆଉ ତଳେ ନ ପଡଇ କୁଣ୍ଡେ ମୋଟା ତାର ମନ
ଲୁହ ଚିନିଲୁ କଷ୍ଟ ଭୂଜିଲୁ ଧନ୍ୟ ଧନ୍ୟ ତୋ ଜୀବନ |

ଭଗବତୀ ତୋତେ ରକ୍ଷା କରନ୍ତୁ ଆଶୀର୍ବାଦ ମା କଲେ
ପୁଅ ଝିଅ ତର ମଣିଷ ହୁଅନ୍ତୁ ତାଙ୍କର ପଣତ ତଳେ |