ମାତା ସୁମିତ୍ରାଙ୍କ ଦ୍ୱାରା ଲକ୍ଷ୍ମଣଙ୍କୁ ଦିଆଯାଇଥିବା ଅଦ୍ୱିତୀୟ ଶିକ୍ଷା

ମାତା ସୁମିତ୍ରାଙ୍କ ଦ୍ୱାରା ଲକ୍ଷ୍ମଣଙ୍କୁ ଦିଆଯାଇଥିବା ଅଦ୍ୱିତୀୟ ଶିକ୍ଷା

ମହାରାଜ ଦଶରଥଙ୍କ ସାନ ରାଣୀ ତଥା ଲକ୍ଷ୍ମଣ-ଶତୃଘ୍ନ ଙ୍କ ମାତା ସୁମିତ୍ରା ରାମାୟଣ ର ଏକ ଆଦର୍ଶ ଚରିତ୍ର.
ମନୁଷ୍ୟ ର ପ୍ରଥମ ନିର୍ଲୋଭ ଓ ତ୍ୟାଗୀ ଗୁରୁ ହେଉଛନ୍ତି ମାତା – ପିତା। ସେମାନେ ସନ୍ତାନ କୁ ସତ୍ୟ ସଂସ୍କାର ଦେଇ ଏକ ଭଲ ମନୁଷ୍ୟ ହେବାର ପାଠ ଶିଖାଇଥାନ୍ତି।
ମାତା – ପିତା ଆମ ପ୍ରତ୍ୟେକ ଚିନ୍ତା, ଭାବନା ଓ ଜୀବନଶୈଳୀକୁ ଗଢ଼ିବା ପାଇଁ ତାଙ୍କର ଅଭିଜ୍ଞତାର କାଦୁଆ ମାଟିରେ ଆମ ଜୀବନକୁ ଗଢ଼ିଥାନ୍ତି। ଘରେ ଓ ବାହାରେ କିପରି ବ୍ୟବହାର କରିବାକୁ ହେବ, ତାର ପ୍ରଥମ ଶିକ୍ଷା ଆମକୁ ମାତା – ପିତା ଦେଇଥାନ୍ତି।

ରାମାୟଣରେ ମା ସୁମିତ୍ରା ତାଙ୍କ ପ୍ରିୟ ପୁତ୍ର ଲକ୍ଷ୍ମଣଙ୍କୁ ଉତ୍ତମ ଶିକ୍ଷା ଦେଇ ଭଗବାନ ରାମ ଙ୍କ ସେବାର ଉପଦେଶ ଦିଅନ୍ତି ଓ ପ୍ରଭୁ ସେବା ପାଇଁ ପଠାନ୍ତି।

ଭଗବାନ ଶ୍ରୀରାମଚନ୍ଦ୍ରଙ୍କୁ ଚଉଦ ବର୍ଷ ର ବନବାସ ଦିଆଯାଇଥିଲା। ଲକ୍ଷ୍ମଣ ତାଙ୍କୁ କହିଲେ ପ୍ରଭୁ, ମୁଁ ମଧ୍ୟ ଆପଣଙ୍କ ସହିତ ଯିବି।
ଶ୍ରୀରାମ କହିଲେ ଯାଅ, ମାଆଙ୍କ ନିକଟରୁ ଆଶୀର୍ବାଦ ନେଇ ତାଙ୍କର ଅନୁମତି ମାଗ।

ଲକ୍ଷ୍ମଣ ମା ସୁମିତ୍ରାଙ୍କୁ ପ୍ରଣାମ କରି କହିଲେ ମାଆ, ମୁଁ ଭଗବାନ ଶ୍ରୀରାମଙ୍କ ସେବା ପାଇଁ ବନକୁ ଯାଉଛି।
ମା ସୁମିତ୍ରା କହିଲେ: ପୁତ୍ର, ତୁମେ ମୋ ପାଖକୁ କାହିଁକି ଆସିଲ ?
ଲକ୍ଷ୍ମଣ କହିଲେ ମାତେ, ଆପଣ ମୋର ମାଆ। ତେଣୁ ଆପଣଙ୍କ ଆଶୀର୍ବାଦ ଓ ଅନୁମତି ନେବାକୁ ଆସିଛି।
ମା ସୁମିତ୍ରା କହିଲେ ପୁତ୍ର, ଗତ ଜନ୍ମରେ ମୁଁ ତୁମ ମାଆ ଥିଲି କି ନାହିଁ, ଆଗାମୀ ଜନ୍ମରେ ମୁଁ ତୁମ ମାଆ ହେବି କି ନାହିଁ, କିଛି ଜଣା ନାହିଁ। ହେଲେ ଯେଉଁ ପ୍ରଭୁ ଜନ୍ମ -ଜନ୍ମ ରେ ତୁମର ପିତା ଓ ମାତା ଅଛନ୍ତି, ସେହି ଭଗବାନଙ୍କ ସେବା କରିବାକୁ ତୁମେ ଯାଉଛ। ଏଥିପାଇଁ ମୋର ଅନୁମତି କାହିଁକି ଚାହୁଁଛ?

ତଥାପି ମୁଁ ତୁମକୁ ଏକ ଉପଦେଶ ଦେବି। ପ୍ରଭୁଙ୍କ ସେବାରେ ତୁମେ ପାଞ୍ଚଟି ଦୋଷରୁ ଦୂରେଇ ରହିବ।

ଲକ୍ଷ୍ମଣ ପଚାରିଲେ: ମାତେ, ସେହି ପାଞ୍ଚଟି ଦୋଷ କଣ ?

ମା ସୁମିତ୍ରା କହିଲେ –

*ରାଗୁ ରୋଷୁ ଇରିଷା ମଦୁ ମୋହୁ,
ଜନି ସପନେହୁ ଇହ୍ନ କେ ବସ ହୋହୁ।

ସକଲ ପ୍ରକାର ବିକାର ବିହାଇ,
ମନ କ୍ରମ ଵଚନ କରେହୁ ସେବକାଇ।*

ଅର୍ଥାତ: ରାଗ, ରୋଷ, ଇର୍ଷ୍ୟା, ମଦ ଓ ମୋହ, ଏମାନଙ୍କ ଅଧୀନ ସ୍ୱପ୍ନରେ ମଧ୍ୟ ହେବ ନାହିଁ। ସମସ୍ତ ପ୍ରକାର ବିକାରକୁ ତ୍ୟାଗ କରି, ମନ, କର୍ମ ଓ ବଚନରେ ସ୍ୱଚ୍ଛ ଭାବରେ ଭଗବାନଙ୍କ ସେବା କର।

ମା ସୁମିତ୍ରା କହିଲେ –

ପ୍ରଥମ ଦୋଷ ହେଉଛି ‘ରାଗ’ ତୁମେ ପ୍ରଭୁଙ୍କ ସେବା କରିବାକୁ ଯାଉଛ, ବହୁତ ଲୋକଙ୍କ ସହିତ ତୁମର ପରିଚୟ ହେବ, କିନ୍ତୁ କାହା ପ୍ରତି ଆସକ୍ତି ହେବ ନାହିଁ। କେବଳ ଭଗବାନ ଶ୍ରୀରାମଙ୍କ ପ୍ରତି ନିଷ୍ଠା ରଖିବ।

ଦ୍ୱିତୀୟ ଦୋଷ ହେଉଛି ‘ରୋଷ’ – ଯଦି କିଛି ତୁମ ମନ ଅନୁକୂଳ ନ ହୁଏ, ତେବେ କ୍ରୋଧ କରିବା ନାହିଁ। ଏଭଳି ଇଚ୍ଛା କରିବ ନାହିଁ ଯାହା ଫଳରେ କ୍ରୋଧ ବୃଦ୍ଧି ହୋଇପାରେ।

ତୃତୀୟ ଦୋଷ ହେଉଛି ‘ଇର୍ଷ୍ୟା’ – ଯଦି କୌଣସି ଲୋକ ପ୍ରଭୁଙ୍କର ଅଧିକ ଭକ୍ତି କରେ କିମ୍ବା ପ୍ରଭୁ ତାକୁ ଅଧିକ ପ୍ରେମ କରନ୍ତି, ତେବେ ତାକୁ ସମ୍ମାନ କରିବ ଏବଂ ତା’ର ଭକ୍ତିର ଆଦର କରିବ; ତା ପ୍ରତି ଇର୍ଷା ଭାବ ରଖିବନାହିଁ।

ଚତୁର୍ଥ ଦୋଷ ହେଉଛି ‘ମଦ’।
ତୁମେ ସବୁବେଳେ ଗର୍ବ ଓ ଅଭିମାନ ରୁ ଦୂରେଇ ରହିବ। ସେବା ରେ, ନିଜ ଉନ୍ନତିରେ, ସଦଗୁଣ ରେ ନିଜ ମନରେ ଗର୍ବ ଆଣିବ ନାହିଁ। ଏହାକୁ ତୁମେ ପ୍ରଭୁଙ୍କ କୃପା ଭାବିବ।

ପଞ୍ଚମ ଦୋଷ ହେଉଛି ‘ମୋହ’।
କୌଣସି ବ୍ଯକ୍ତି ଓ ପଦାର୍ଥ ର ମୋହରେ ପଡିବ ନାହିଁ। ଏହା ମୋତେ ଛାଡି ଚାଲିଯିବ , ସେ ମୋତେ ଛାଡି ଚାଲିଯିବ ଏପରି ଭାବ ରଖିବ ନାହିଁ। ବରଂ ପ୍ରଭୁଙ୍କ ଠାରେ ନିରନ୍ତର ମନକୁ ଲଗାଇବ।

ଅନୁକୂଳତା ରେ ଆସକ୍ତି କରିବ ନାହିଁ, ପ୍ରତିକୂଳତା ରେ ଭୟଭୀତ ହେବ ନାହିଁ। ପ୍ରଭୁଙ୍କ ଆଶ୍ରୟ ନେବ ଏବଂ ନିଜ ହୃଦୟରେ ପ୍ରଭୁଙ୍କୁ ବସାଇବ ତଥା ନିଷ୍କପଟ ଭାବରେ ତାଙ୍କ ସେବା କରିବ।

ପୁତ୍ର ଲକ୍ଷ୍ମଣ, ଯେଉଁଠି ଶ୍ରୀରାମଙ୍କ ବାସ , ସେଠାରେ ତୁମର ଅଯୋଧ୍ୟା।
ଶ୍ରୀରାମ ତ ପ୍ରାଣରୁ ବି ପ୍ରିୟ, ହୃଦୟର ଜୀବନ ଏବଂ ସମସ୍ତଙ୍କ ସ୍ଵାର୍ଥହୀନ ସଖା ଅଟନ୍ତି। ତାଙ୍କ ସହିତ ଜଙ୍ଗଲକୁ ଯାଅ ଏବଂ ଜଗତରେ ବଞ୍ଚିବାର ଲାଭ ନିଅ।

ହେ ପୁତ୍ର, ମୁଁ ତୁମ ପାଇଁ ସୌଭାଗ୍ଯ ଶାଳୀ ହେବାକୁ ଯାଉଛି। ମୋ ସହିତ ତୁମେ ବି ବହୁତ ସୌଭାଗ୍ୟ ର ପାତ୍ର ହେଲ ଯେ ତୁମ ଚିତ୍ତ ସଂସାର ରେ ନ ଲାଗି ଶ୍ରୀରାମଙ୍କ ଚରଣରେ ସ୍ଥାନ ପାଇଛି।

ସମ୍ପୂର୍ଣ୍ଣ ପୁଣ୍ୟର ସବୁଠୁ ବଡ଼ ଫଳ ଶ୍ରୀସୀତାରାମଙ୍କ ଚରଣପଦ୍ମରେ ସ୍ୱାଭାବିକ ପ୍ରେମ ହେବା।

ପୁତ୍ର, ତୁମେ ସେହି ପରି କାମ କରିବ, ଯେଉଁଥିରେ ଶ୍ରୀରାମ ଜଙ୍ଗଲରେ ଦୁଃଖରେ ପଡ଼ିବେ ନାହିଁ। ତୁମେ ସର୍ବଦା ଶ୍ରୀରାମ ଏବଂ ସୀତାଙ୍କ ସୁଖର କାରଣ ହେବ।

ମାତା ସୁମିତ୍ର ଏପରି ଲକ୍ଷ୍ମଣଙ୍କୁ ଅନୁପମ ଶିକ୍ଷା ଦେଇ ଜଙ୍ଗଲକୁ ଯିବାକୁ ଆଜ୍ଞା ଦେଲେ ଏବଂ ଏହି ଆଶୀର୍ବାଦ ଦେଲେ ଯେ, ‘ଶ୍ରୀସୀତା ଏବଂ ଶ୍ରୀରଘୁବୀରଙ୍କ ଚରଣରେ ତୁମର ନିର୍ମଳ (ନିଷ୍କାମ ଏବଂ ଅନନ୍ୟ) ଏବଂ ଗଭୀର ପ୍ରେମ ପ୍ରତିଦିନ ନୁତନ ହୋଇ ବଢ଼ୁଥାଉ।’

ଭଗବାନ ଶ୍ରୀରାମଙ୍କ ପ୍ରତି ମାତା ସୁମିତ୍ରାଙ୍କ ପ୍ରୀତି ଅଦ୍ଭୁତ।

ଧନ୍ୟ ସେହି ମାତା, ଯିଏ ନିଜ ପ୍ରିୟ ପୁତ୍ରକୁ ଉତ୍ତମ ଶିକ୍ଷା ଦେଇ ପ୍ରଭୁଭକ୍ତିର ଉପଦେଶ ଦେଇଥାନ୍ତି ଏବଂ ପ୍ରଭୁସେବା କରିବାକୁ ପ୍ରେରିତ କରିଥାନ୍ତି।

“ହେ ପ୍ରଭୁ, ଆମ ପ୍ରତି ଏପରି କୃପା କରନ୍ତୁ ଯେପରି, ଆମର ହୃଦୟରେ ମଧ୍ୟ ତୁମ ପ୍ରତି ଏହିପରି ନିର୍ମଳ ଓ ନିଷ୍କାମ ଭକ୍ତି ଆସିଯାଉ।
ଓଁ ଶ୍ରୀସୀତାରାମ ଚରଣକମଳେଭ୍ୟୋ ନମଃ।।
ସମାପ୍ତ…